Odia News Portal

ଛତିଶଗଡ ବିଜାପୁରରେ ୨୨ ଯବାନ ସହିଦ

ମୁହାଁମୁହିଁ ସମୟରେ ୩୧ଜଣ ଯବାନ ଆହତ ସୂଚନା

ବିଜାପୁର: ଛତିଶଗଡ ବିଜାପୁରର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିବା ବେଳେ ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ଆହୁରି ୨୨ ସହିଦ ଯବାନଙ୍କ ମୃତଦେହ ପଡି ରହିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ନକ୍ସଲ ନିପାତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ବିଜାପୁର ତେରମ ଥାନା ଜୋନାଗୁଡା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାମୁହିଁ ହୋଇଥିଲେ ।ଗତକାଲି ୨ ଯବାନଙ୍କ ମର ଶରୀର ଉଦ୍ଧାର କରା ଯାଇଥିବା ସମୟରେ ଏହି ଘଟଣାରେ ଆଉ ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହା ବ୍ୟତିତ ୩୧ଜଣ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।