Odia News Portal

ରାଜକନିକା ଭଙ୍ଗାରୁଜା ଘଟଣାରେ ୨୪ ଗିରଫ

କେନ୍ଦ୍ରାପଡ଼ା: ଖରସ୍ରୋତା ଜଳ ପ୍ରକଳ୍ପକୁ ନେଇ ରାଜକନିକାରେ ଦେଖିବାକୁ ମିଳିଥିଲା ଖଣ୍ଡଯୁଦ୍ଧ । ଗତକାଲି ପୋଲିସ ବନାମ ପବ୍ଲିକ ମୁହାଁମୁହିଁ ହୋଇଥିଲା । ସ୍ଥାନୀୟ ଲୋକେ ପ୍ରକଳ୍ପ ଚାଲିଥିବା ସ୍ଥାନରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ । ପୋଲିସ ପବ୍ଲିକଙ୍କୁ ଅଟକାଇବାରେ ନାକେଦମ ହୋଇଯାଇଥିଲା । ତେବେ ଲୋକେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଏହିତ ଘଟଣାରେ ୨୪ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି । ଦୁଇଦିନ ଭିତରେ ପୋଲିସ ଉପସ୍ଥିତିରେ ପୁଣି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ସୂଚନା ଥାଉକି, ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାଣି ନେବା ଲାଗି ପ୍ରକଳ୍ପ କାର୍ଯ୍ୟ ଚାଲୁଛି । ତେବେ ନଦୀରୁ ପାଣି କମିଗଲେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେବେ । ଲୁଣା ମାଡିଯିବା ସହ ଫସଲ କରିବାରେ ଅସୁବିଧା ହେବ ବୋଲି ଖରସ୍ରୋତା ବଞ୍ଚାଅ ଅଭିଯାନ ପକ୍ଷରୁ ବିରୋଧ କରାଯାଇଛି । ଯାହାକୁ ନେଇ ଗତକାଲି ଏକ ବିଶାଳ ଜନସମାଗମ ହୋଇଥିଲା । ଲୋକେ ପ୍ରକଳ୍ପ ସ୍ଥାନକୁ ଯାଇ ଭଙ୍ଗାରୁଜା କରିଥିଲେ ।