Odia News Portal

ଶିଶୁ ନିଖୋଜ ମାମଲାରେ ଯୋଡି ହେଲା ନୂଆ ନାଁ…କୂଅ ରୁ ମିଳିଲା କାଳିଆ

ରାଜ୍ୟରେ ଶିଶୁ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଲାଇଛି |ପ୍ରଥମେ ପରୀ,ତାପରେ ସ୍ଵାତି ଆଉ ଏବେ ୩ ବର୍ଷର ନିଖୋଜ ପୁଅ କାଳିଆର ମୃତଦେହ ଆଜି ଉଦ୍ଧାର ହୋଇଛି | ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ | ଗାଁର ଚନ୍ଦନ ସାହୁଙ୍କ ୩ ବର୍ଷର ନିଖୋଜ ହୋଇଥିବା ପୁଅ କାଳିଆ ଗତକାଲି ସନ୍ଧ୍ୟା ୭ଟା ସମୟରେ ଜେଜେମା ସହିତ ଦାଣ୍ଡରେ ଖେଳୁଥିବାବେଳେ ହଠାତ ଗାଏବ ହୋଇଯାଇଥିଲା ।

କାଳିଆର ଘରଲୋକ ବହୁ ଖୋଜାଖୋଜି ପରେ ପୁଅ ନ ମିଳିବାରୁ ଥାନାରେ ଏତଲା ଦେଇଥିଲେ । ପରେ ଆଜି ପାଖ ଗାଁର କୂଅରୁ ପୁଅର ମୃତଦେହ ଭାସୁଥିବାରେ ଦେଖିଥିଲେ ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁସାରେ, କାଳିଆର ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ତେଣୁ କେହି ହତ୍ୟା କରି କାଳିଆଙ୍କୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନିହଲପ୍ରସାଦ ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରି ଦେଇଛି।