Odia News Portal

୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡ଼ା: ସ୍ଥାନୀୟ ପ୍ରେମନଗର ଅଞ୍ଚଳରୁ ଜଣଙ୍କ ଘରୁ ୩୨ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷେ ୬୦ ହଜାର ହେବ । ରାୟଗଡ଼ା ଅବକାରୀ ବିଭାଗ ଚଢ଼ାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ନୀଳାଚଳ ସୁନାମୁଦି । ଅଭିଯୁକ୍ତ ଗଞ୍ଜେଇ ସିଗାରେଟ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିଲା । ଯୁବପିଢ଼ୀମାନେ ଗଞ୍ଜେଇ ଟାଣି ନିଶାଗ୍ରସ୍ତ ରହୁଥିଲେ । କଳାବଜାରୀ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହେବା ପରେ ଚଢ଼ାଉ ହୋଇଥିଲା ।