Odia News Portal

ବିହାରରୁ ଏକାସାଙ୍ଗରେ ଧରାପଡ଼ିଲେ ୩୩ଜଣ ସାଇବର ଅପରାଧି

ବିହାରର ନୱାଦା ଜିଲ୍ଲାରେ ଏବେ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୋଲିସ ଏଠାରେ ଲଗାତାର ଅଭିଯାନ ଚଲାଇଛି । ଏହାମଧ୍ୟରେ ବିହାର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ସାଇବର ଅପରାଧ ଅଭିଯୋଗରେ କରାଯାଇଥିବା ଅଭିଯାନ ସମୟରେ ପୋଲିସ ଏକା ସାଙ୍ଗରେ ୩୩ଜଣ ସାଇବର ଅପରାଧିଙ୍କୁ ଗିରଫ କରିଛି । ପକରିବାରୱାନା ଥାନା ଅଞ୍ଚଳର ଥାଲପୋସ ଗାଁରୁ ପୋଲିସ ୩୩ଜଣ ଅପରାଧିଙ୍କୁ ଗିରଫ କରିଛି ।

ଏହି ଅପରାଧିମାନଙ୍କ ଠାରୁ ସାଇବର ଅପରାଧରେ ବ୍ୟବହାର କରାଯାଉଥିବା ଅନେକ ସାମଗ୍ରୀ ଜବତ କରାଯାଇଛି । ନୱାଦା ଏସପି ଡିଏସ ସାୱଲାରାମ ପକରିବାରୱାନା ଥାନାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳୀ କରି ଏହି ସୂଚନା ଦେଇଛନ୍ତି । ଗିରଫ କରିବା ସମୟରେ ପୋଲିସ ଟିମକୁ ୪୬ଟି ମୋବାଇଲ, ୦୩ଟି ଲାପଟପ, ୦୨ଟି ବାଇକ, ୦୫ଟି ଏଟିଏମ, ୦୩ଟି ଷ୍ଟାମ୍ପ ମୋହର, ୦୯ଟି ରେଜିଷ୍ଟର, ମାତ୍ରାଧିକ ପରିମାଣର ପ୍ରିଣ୍ଟ ତଥ୍ୟ, ଓ ବିଭିନ୍ନ କମ୍ପାନୀର ଦସ୍ତାବିଜ ଜବତ କରଯାଇଛି । ଅପରାଧିଙ୍କ ମଧ୍ୟରୁ କିଛି ସଦସ୍ୟ ଏବେ ଫେରାର ଅଛନ୍ତି ।

ଏହି ଅପରାଧର ମାଷ୍ଟର ମାଇଣ୍ଡ ପକରିବାରୱାନା ଆଶୁତୋଷ ଓ ନିଖିଲ ବୋଲି ଜଣା ପଡ଼ିଛି । ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି । ଏସପି କହିଛନ୍ତି ସମସ୍ତ ଅପରାଧିମାନେ ଅନେକ ବର୍ଷ ଧରି ସାଇବର ଅପରାଧ କରୁଥିଲେ ଓ ଏହାଦ୍ୱାରା ବହୁତ ରୋଜଗାର କରିଛନ୍ତି । ସେ କହିଛନ୍ତି ନୱାଦାରେ ପୋଲିସ କିଛିଦିନ ହେଲା ସାଇବର ଅପରାଧ ବିରୋଧରେ ଲଗାତାର ଚଢ଼ଉ କରୁଛି । ଅନ୍ୟରାଜ୍ୟରୁ ମଧ୍ୟ ପୋଲିସ ଆସିଲେ ଆମେ ଲୋକଙ୍କୁ ସହଯୋଗ କରିବା ପାଇଁ ଅପରାଧି ମାନଙ୍କୁ ଗିରଫ କରୁଛୁ। ଏହି କ୍ରମରେ ଆମକୁ ସୂଚନା ମିଳିଥିଲା କି ଥାଲପୋସ ଗାଁରେ ଅପରାଧିମାନେ ଲୋକଙ୍କୁ ଠକୁଛନ୍ତି । ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସପି କହିଛନ୍ତି।

ଏସପି ଡିଏସ ସାୱଲାରାମ କହିଛନ୍ତି ସାଇବର ଅପରାଧ ମାମଲାକୁ ହାଇକୋର୍ଟ ପରିଚାଳନା କରୁଛନ୍ତି । ଗିରଫ କରାଯାଇଥିବା ସମସ୍ତ ସାଇବର ଅପରାଧିଙ୍କ ସମ୍ପତି ସମ୍ବନ୍ଧିୟ ସୂଚନା ସଂଗ୍ରହ କରାଯାଉଛି । ଗିରଫ ହାଇଥିବା ଅପରାଧିଙ୍କ ପାଖରେ କିମ୍ବା ସେମାନଙ୍କ ପରିବାର ଲୋକଙ୍କ ପାଖରେ ବର୍ତ୍ତମାନ ଠକାମି ଦ୍ୱାରା ରୋଜଗାର କରାଯାଇଥିବା କେତେ ସମ୍ପତ୍ତି ଅଛି ତାହା ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି । ସେମାନଙ୍କର ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତିର ସୂଚନା ଏକତ୍ର କରାଯିବ। ଏହି ସମ୍ପତ୍ତି କିପରି ରୋଜଗାର କରାଯାଇଛି ତାହାମଧ୍ୟ ଯାଞ୍ଚ କରାଯିବ। ଏହି ସମସ୍ତ ସୂଚନା ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡି) ଦିଆଯିବ ।

ଜିଲ୍ଲାରେ ଥିବା ସମସ୍ତ ସାଇବର ଅପରାଧିଙ୍କର ଏବେ ଖୋଳତାଡ଼ କରଯାଉଛି । ହାଇକୋର୍ଟ ସାଇବର ଅପରାଧିଙ୍କ ପୁରା ସମ୍ପତ୍ତି ତାଲିକା ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡି) କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ପର୍ଯ୍ୟନ୍ତ ଗିରଫ ହୋଇଥିବା ସମସ୍ତ ଅପରାଧିଙ୍କ ସୂଚନା ଏକତ୍ର କରଯାଉଛି। ପୂର୍ବରୁ ଅନେକ ସାଇବର ଅପରାଧିଙ୍କ ତାଲିକା ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡି) ଦିଆଯାଇଛି ।

ଗିରଫ ହୋଇଥିବା ଅପରାଧିମାନେ ରାଜୀବ ରଞ୍ଜନ କୁମାର, ପ୍ରମୋଦ କୁମାର, ରାଜୀବ କୁମାର ସିହ୍ନା, ସିକନ୍ଦର କୁମାର, ବିକାସ କୁମାର, ରଜନୀକାନ୍ତ, ରାହୁଲ କୁମାର, ବିକ୍କି କୁମାର, ରୋହିତ କୁମାର, କମଲେଶ କୁମାର, ଶୈଳେନ୍ଦ୍ର ପ୍ରସାଦ, ମନୀଷ କୁମାର, ରାମାନନ୍ଦ କୁମାର, ଗୁଲସନ କୁମାର, ସୌରଭ କୁମାର, ନୀତିଶ କୁମାର, ଚୁନ୍ନୁ କୁମାର, କହ୍ନେୟା କୁମାର, ଆଶୁତାଷ କୁମାର, ବଳରାମ କୁମାର, ପ୍ୟାରେ କୁମାର, ରାହୁଲ କୁମାର, ମୁରାରି କୁମାର, ରୋସନ କୁମାର, ପ୍ରମୋଦ କୁମାର, ଅଭିମନ୍ୟୁ କୁମାର ଇତ୍ୟାଦି ଅନ୍ତର୍ଭୁକ୍ତ ଅଛନ୍ତି ।