Odia News Portal

ଏମାର ମଠରୁ ମିଳିଲା ୪୫ ଖଣ୍ଡ ରୂପା ଇଟା

* ଆଉ ୨ ଖଣ୍ଡ ରୂପା ଇଟାର ମିଳୁନାହିଁ ପତ୍ତା

ପୁରୀ: ଏମାର ମଠରୁ ରୂପା ଇଟା ମିଳିଥିବା ସୂଚନା । ଖୋଳା ଚାଲିଥିବା ସମୟରେ ଏକାଧିକ ରୂପା ଇଟା ମିଳିଥିବା ବିଶେଷ ସୂତ୍ରରୁ ସୂଚନା । ପୁରୀ ଏମାର ମଠର ଚାଲିଛି ସମ୍ପତ୍ତି ଆକଳନ । କାଲି ଜୋର ଜବରଦସ୍ତ ନୂଆ ମହନ୍ତଙ୍କୁ ଅପସ୍ଥାପିତ କରିଥିଲା ପ୍ରଶାସନ । ୨୦୧୦ରେ ୪୭ ଖଣ୍ଡ ରୂପା ଇଟା ମଠ ମହନ୍ତଙ୍କ ଦାୟିତ୍ୱ ଦିଆଯାଇଥିଲା ।

ସୂଚନା ଅନୁଯାୟୀ, କାଲି ପୁରୀ ଏମାର ମଠର ନୂଆ ଟ୍ରଷ୍ଟି କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏମାର ମଠର ନୂଆ ଟ୍ରଷ୍ଟ ବୋର୍ଡ ଅନୁସାରେ ଝଞ୍ଜାପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜଙ୍କୁ ମଠର ଦାୟିତ୍ୱ ଦିଆଯାଇଛି ପୁରୀର ଏହି ଐତିହ୍ୟ ସଂପନ୍ନ ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ମଧ୍ୟ ମଠର ମହନ୍ତ ମହାରାଜ ଏଥିରେ ସହ ଯୋଗ କରୁନଥିଲେ । ଏହି ପ୍ରସଙ୍ଗକୁ ନେଇ ମଠର ନୂଆ ଟ୍ରଷ୍ଟ ବୋର୍ଡ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମାର ମଠର ଟ୍ରଷ୍ଟର ନୂଆ ସଦସ୍ୟମାନେ ଏମାର ମଠରେ ପ୍ରବେଶ କରିଥିଲେ ।
ମଠ ଭିତରେ ପୂଜା ପାଉଥିବା ରାମାନୂଜଙ୍କ ମୂର୍ତି ଓ ମୂର୍ତିରେ ଲାଗୁଥିବା ଅଳଙ୍କାର ଓ ଝୁଲଣ ବେଶରେ ଲାଗୁଥିବା ସମସ୍ତ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯିବ ବୋଲି କହିଥିଲା ପ୍ରଶାସନ ।