Odia News Portal

ରାଜ୍ୟରେ ୪୬ ମୁଣ୍ଡନେଲା ମହାମରୀ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୪୦ ଉପରେ ରହୁଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୬ ଆକ୍ରାନ୍ତଙ୍କ ପ୍ରାଣନେଇଛି ମହାମାରୀ । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁହାର୍ ସର୍ବାଧିକ ରହିଛି ।

ଆଜି ଖୋର୍ଦ୍ଧରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଥିବାବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, କଟକରୁ ୩ ଜଣ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ ପ୍ରାଣ ହରାଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୟାଗଡ଼ରୁ ୪ ଜଣ, ପୁରୀରୁ ୪ ଜଣ, ସମ୍ବଲପୁରରୁ ୩ ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୪ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।