Odia News Portal

୮ ଦିନରେ ଉଦ୍ଧାର ହେଲେଣି ୮୯୪

ଭୁବନେଶ୍ୱର: ରାଜ୍ୟରେ ଶିଶୁ ନିଖୋଜ ଘଟଣାକୁ ରୋକିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ ସଫଳତା ମିଳିଛି ।ତେବେ ଏହି ସ୍ପେଶାଲ ଡ୍ରାଇଭ୍ ୧୮ ଜାନୁଆରୀରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିଥିଲା | ଯେଉଁଥିରେ ୮ ଦିନରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବଂ ସେଥିରେ ୯୪ ଜଣ ବାଳକ ଥିବାବେଳେ ୮୦୦ ଜଣ ବାଳିକା ଥିବା ରାଜ୍ୟ ପୋଲିସ ବିଭାଗ ସୂଚନା ପ୍ରଦାନ କରିଛି ।

ସୂଚନାନୁଯାୟୀ, ଏହି ସ୍ୱତନ୍ତ୍ର ଅଭିଯାନରେ ସର୍ବାଧିକ କେନ୍ଦ୍ରାପଡ଼ା ଜିଲ୍ଲାର ୧୨୭ ଜଣ ପିଲା, ମୟୂରଭଞ୍ଜର ୧୧୧ ଏବଂ ବାଲେଶ୍ୱରର ୮୮ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିବାବେଳେ ବାକି ଅନ୍ୟ ସବୁ ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି । ତେବେ ନିଖୋଜ ପିଲାମାନଙ୍କ ବିଷୟରେ ରୁଜୁ ହୋଇଥିବା ୮୩୪ ମାମଲା ଆଧାରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ ଏହି ଉଦ୍ଧାର କାର୍ଯ୍ୟ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଆରକ୍ଷୀଙ୍କ ଅଧିକ୍ଷକଙ୍କ ଦ୍ୱାରା କରାଯାଇଥିଲା । ଆଉ ଏଭଳି ଭଲ କାର୍ଯ୍ୟକୁ ଡିଜିପି ପ୍ରଶଂସା କରିଛନ୍ତି ।