Odia News Portal

ଶ୍ରୀମନ୍ଦିରରେ ପଡ଼ି ବଙ୍ଗୀୟ ପର୍ଯ୍ୟଟକ ଆହତ

ପୁରୀ: ଆଜି ଶ୍ରୀମନ୍ଦିରରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ପଡି ଯିବାରୁ ତାଙ୍କ ନାକ ଫାଟିଯାଇଛି |ତେବେ ଏହି ସମୟରେ ପୋଲିସ କର୍ମଚାରୀ ମାନବିକତା ଦେଖାଇଛନ୍ତି | ପୋଲିସ ବିଭାଗର ଜଣେ ହାବିଲଦାର ଏବଂ ଦୁଇଜଣ କନଷ୍ଟେବଳ ରକ୍ତାକ୍ତ ଅବସ୍ଥାରେ ବରିଷ୍ଠ ନାଗରିକ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଷ୍ଟ୍ରେଚର ଯୋଗେ ନେଇଥିଲେ | ତେବେ ଆମ୍ବୁଲାନ୍ସ ନଥିବା କାରଣରୁ ତାଙ୍କୁ ନିଜସ୍ୱ ଖର୍ଚ୍ଚରେ ପୋଲିସ କର୍ମଚାରୀ ମାନେ ଅଟୋ ଯୋଗେ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ | ଚିକିସ୍ୟା କରାଇବା ପରେ ତାଙ୍କୁ ହୋଟେଲରେ ଛାଡି ଦେଇଛନ୍ତି ପୋଲିସ କର୍ମଚାରୀ |

ତେବେ ସବୁବେଳେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ଆକ୍ଷେପ କରାଯାଇଥାଏ | କିନ୍ତୁ ଆଜିର ଏ ଦୃଶ୍ୟ ପୋଲିସ ଉପରେ ଲାଗିଥିବା ସବୁ ଆକ୍ଷେପକୁ କେଉଁଠି ନା କେଉଁଠି ହଟାଇଦେଇଥିବା ବେଳେ ଆଜିର ଏହି ମାନବିକତା ପୂର୍ଣ୍ଣ କାର୍ଯ୍ୟ କରିଥିବା ପୋଲିସ ଇନ୍ସପେକ୍ଟର ଯୋଗେଶ ସ୍ୱାଇଁ,ହାବିଲଦାର ଏଚ ଏଚ ଦାସ , କନଷ୍ଟେବଳ ଶିବରାମ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନଙ୍କ ମାନବିକତାର ସ୍ପଷ୍ଠ ନିଦର୍ଶନ ଦେଇଛି ବୋଲି ଅନୁମାନ କରାଯାଏ |ତେବେ ଆହତ ବରିଷ୍ଠ ନାଗରିକ ଜଣକ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର କୃପାସିନ୍ଧୁ ପ୍ରଧାନ |