Odia News Portal

ବ୍ରାହ୍ମଣୀ ବ୍ରିଜ୍ ଉପରେ ହାଇୱା ଓଲଟି ଲାଗିଲା ନିଆଁ, ମେଡିକାଲରେ ଡ୍ରାଇଭର ଓ ହେଲ୍ପର

ପାନପୋଷ ଦ୍ବିତୀୟ ବ୍ରିଜ ଉପରେ ଭାରସାମ୍ୟ ହରାଇ ଓଲଟିଲା ହାଇଓ୍ବା ।  ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାଇଓ୍ବା ଓଲଟି ପଡିବା ପରେ ପରେ ହଠାତ୍ ନିଆଁ ଲାଗିଯାଇଥିଲା ।  ପ୍ରବଳ ଖରାର ପ୍ରକୋପ ସାଙ୍ଗ କୁ ହାଇଓ୍ବା ରେ ଥିବା ଡିଜେଲ୍ ରେ ନିଆଁ ଲାଗିଯାଇଥିଲା ।  ହଠାତ୍ ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।  ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।