Odia News Portal

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତଦେହ ଠାବ

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଗଡ଼ା କଲ୍ୟାଣସିଂହପୁର ସରକାରୀ କ୍ବାର୍ଟର୍ସରୁ ମିଳିଲା ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କ ମୃତଦେହ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କଲ୍ୟାଣସିଂହପୁର ଥାନା ସଦର ମହକୁମାରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ସୁଧାକର ରଇତ ଓ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନି । ବ୍ରଜମୋହନ କଲ୍ୟାଣସିଂହପୁର ରେଞ୍ଜରରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ଥିଲେ ।

ସବୁଦିନ ଭଳି ଆଜି ମଧ୍ୟ କର୍ମଚାରୀମାନେ ଆସିଥିଲେ । ତାଙ୍କ କ୍ବାର୍ଟର୍ସକୁ ଯାଇ କବାଟ ବାଡେଇବା ସହ ଡ଼ାକିଥିଲେ । କିନ୍ତୁ ସେ କବାଟ ଖୋଲିଲେ ନଥିଲେ । ଶେଷରେ ଝରକା ପଟେ କିଛି କର୍ମଚାରୀ ତାଙ୍କୁ ଖଟରେ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ । ଏ ନେଇ ସ୍ଥାନୀୟ ରେଞ୍ଜରଙ୍କୁ ସୂଚନା ଦେଇଥିଲେ ଅଫିସ କର୍ମଚାରୀ । ରେଞ୍ଜର ଥାନାରେ ଅଭିଯୋଗ କରିବା ପରେ ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ ଓ ମାଜିଷ୍ଟ୍ରେଟ ଭାବେ ସୁଧାକର ରହିତ ପହଞ୍ଚି ଶବ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଜଣାଇଛନ୍ତି । ତେବେ ଏହି ଘଟଣାର ପୋଲିସ ପହଞ୍ଚି ତଦନ୍ତ କରୁଛି ।