ନୀଳଗିରି ସଂରକ୍ଷିତ ଜଙ୍ଗଲ ପାଟଣା ବିଟ୍ କାଠଗୋଛି ନିକଟରେ କଲରା ପତରିଆ ବାଘ ମୃତ । ପଡ଼ି ରହିଛି ମୃତଦେହ । ଆଜି ସକାଳେ ଫରେଷ୍ଟ ଗାର୍ଡ ପାଟ୍ରୋଲିଂ କରିଥିବା ବେଳେ ବାଘର ମୃତଦେହ ଦେଖିବାକୁ ପାଇଥିଲେ I ସୋମବାର ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡ଼ିହା ଅଭୟାରଣ୍ୟରୁ ପଳାଇ ଆସି ନୀଳଗିରି ରେଞ୍ଜରେ ମୃତ୍ୟୁଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ନୀଳଗିରି ବନ ଅଧିକାରି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଆଜି ସକାଳେ ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ସେମାନେ ବାଘଟିକୁ ଫାଶରେ ଝୁଲିଥିବା ଅବସ୍ଥାରେ ଦେଖିବାର କିଛି ସମୟ ପରେ ବାଘଟିର ମୃତ୍ୟୁ ଘଟିଥିବାଜଣାପଡ଼ିଛି। ଖବରପାଇ ବନବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ସେଠାରେ ମୃତୟନ ଥିବା ସୂଚନା ମିଳିଛି ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
