Odia News Portal

ନାର୍କୋ ଟେଷ୍ଟକୁ ପରୀ ଅଭିଯୁକ୍ତର ନା

ନୟାଗଡ଼: ନାର୍କୋ ଟେଷ୍ଟକୁ ନାବାଳକ ଅଭିଯୁକ୍ତଙ୍କ ନା| ନାର୍କୋ ଟେଷ୍ଟ ନିମନ୍ତେ ଅମଙ୍ଗ ହେଲେ ଅଭିଯୁକ୍ତ । ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ନାର୍କୋ ଟେଷ୍ଟ ନିମନ୍ତେ ନା କହିଥିବା ଜଣାଯାଇଛି। ନାର୍କୋ ଟେଷ୍ଟ ଲାଗି ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିବା ବେଳେ ନାବାଳକ ଜଣକ କିନ୍ତୁ ଏଥି ନିମନ୍ତେ ନିଜ ଅସହମତି ପ୍ରକାଶ କରିଛନ୍ତି ।

ସୂଚନାନୁଯାୟୀ, ଆଜି ଏନେଇ ଏସ୍‌ଆଇଟି ଓକିଲ ଏବଂ ଅଭିଯୁକ୍ତ ନାବାଳକଙ୍କ ଓକିଲ ନିଜ ନିଜର ପକ୍ଷ ରଖିଥିଲେ । ତେବେ ନାର୍କୋ ଟେଷ୍ଟ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହମତିର ଆବଶ୍ୟକତା ଥିବା ବେଳେ ଏନେଇ ନିଜର ଅସହମତି ପ୍ରକାଶ କଲେ ଅଭିଯୁକ୍ତ ନାବାଳକ ସରୋଜ ସେଠୀ । ଉଭୟ ପକ୍ଷର ଶୁଣାଣି ଶେଷ ହୋଇଥିବା ବେଳେ ଏନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡର ଆଦେଶ ଆଜି ପ୍ରକାଶ ପାଇବ ।

ଅନ୍ୟପଟେ ନାବାଳକ ଅଭିଯୁକ୍ତ ଠାରୁ ଜବତ ମୋବାଇଲ ପରୀକ୍ଷା ପାଇଁ ଗୁଜରାଟ ସିଏଫଏଲ୍କୁ ପଠାଇଯାଇପାରେ । ମୋବାଇଲ୍ ଭିତରେ କ’ଣ ରହିଛି ଜାଣିବାକୁ ଚାଁହୁଛି ଏସ୍‌ଆଇଟି । ସେଥିପାଇଁ ମୋବାଇଲକୁ ଲାବ୍ରୋଟୋରିକୁ ପଠାଇବା ପାଇଁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ଆବେଦନ କରିଛି । ଏନେଇ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ କରି ରଖିଛନ୍ତି । ଏହାପରେ ପୁଣି ଅନୁଗୁଳ ବାଳ ସୁଧାର ଗୃହକୁ ଫେରିଯିବ ଅଭିଯୁକ୍ତ ।

ଅଭିଯୁକ୍ତ ନାବାଳକ ହୋଇଥିବାରୁ ପ୍ରଥମେ କୋର୍ଟ ଏସ୍‌ଆଇଟିର ନାର୍କୋ ଆନାଲିସିସ୍‌ ଟେଷ୍ଟ ଅପିଲ ଖାରଜ କରିଥିଲେ । ଏହାପରେ ଆଜି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ଏହି ଆବେଦନର ଶୁଣାଣି ହୋଇଥିବା ବେଳେ ନାର୍କୋ ଟେଷ୍ଟ ନିମନ୍ତେ ଅମଙ୍ଗ ହୋଇଥିଲା ଅଭିଯୁକ୍ତ |