Odia News Portal

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ଗୃହବନ୍ଦୀ କଲା ତାଲିବାନ

ନୂଆଦିଲ୍ଲୀ : ମିଳିତ ଭାବେ ସରକାର ଗଠନ କରିବାକୁ କଥା ଦେଇଥିଲେ। କମିଟି ମଧ୍ୟ ଗଠନ କଲେ ତାଲିବାନ। ଏଥିରେ ସଦସ୍ୟ ଥିଲେ ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇ ଏବଂ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଜାତୀୟ ସମାଧାନ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ଅବଦୁଲ୍ଲା। ଉଭୟଙ୍କ ସହ ତାଲିବାନ ଆଲୋଚନା ମଧ୍ୟ କଲା। ହେଲେ ଏହାକୁ କେଇ ଦିନ ନଯାଉଣୁ କାରଜାଇ ଓ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରିଛି ତାଲିବାନ। ଦୁଇ ନେତା ଏବେ ତାଲିବାନଙ୍କ ଦୟାରେ ଦିନ କାଳାତିପାତ କରୁଛନ୍ତି।

ତାଲିବାନ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇ ଏବଂ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଜାତୀୟ ସମାଧାନ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖିଛି। ଦୁଇ ନେତାଙ୍କୁ ଗୃହବନ୍ଦୀ କରିବା ପରେ ସେମାନଙ୍କଠୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। କୁହାଯାଉଛି ଏବେ ଏହି ଦୁଇ ନେତା ତାଲିବାନୀଙ୍କ ଦୟାରେ ବଞ୍ଚୁଛନ୍ତି। ଏପରିକି ଦୁଇ ରାଜନେତାଙ୍କଠୁ ତାଙ୍କର କାର ମଧ୍ୟ ଫେରାଇ ନିଆ ଯାଇଛି।

କାବୁଲକୁ ଅକ୍ତିକାର କରିବା ପରେ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ଯେ, ସେମାନେ ଏକ ମିଳିତ ସରକାର ଗଠନ କରିବେ। କମିଟି ମଧ୍ୟ ଗଠନ ହୋଇଥିଲା। ଏଥିରେ କାରଜାଇ ଓ ବୈଦେଶିକ ମନ୍ତ୍ରୀ ସଦସ୍ୟ ଥିଲେ। ଏପରିକି ତାଲିବାନ ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇ ଓ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ଆଲୋଚନା କରିଥିଲେ। କାବୁଲ୍ ଉପରେ କବଜା କରିବା ସମୟରେ ଏହି ଦୁଇ ନେତା ସେଠାରେ ରହିଥିଲେ। ରୁଷ ନ୍ୟୁଜ୍ ଏଜେନ୍ସି ସ୍ପୁଟନିକ୍ ଅନୁଯାୟୀ, ତାଲିବାନ ଏହି ଦୁଇ ନେତାଙ୍କ ଜବତ କରି ନେଇଛି। ତେଣୁ ହାମିଦ କାରଜାଇ ଓ ଅବଦୁଲ୍ଲା ସଂପୂର୍ଣ୍ଣ ଭାବେ ତାଲିବାନର ଦୟାରେ ଚଳୁଛନ୍ତି। ତାଲିବାନ ବୁଧବାର ଅବଦୁଲ୍ଲାଙ୍କ ଘରର ତଲାସି ନେଇଥିଲା। କିନ୍ତୁ ଏହା ଜଣା ପଡିନାହିଁ ଯେ, ତାଲିବାନ ଏହି ଦୁଇ ନେତାଙ୍କୁ କଣ ପାଇଁ ଗୃହବନ୍ଦୀ କଲା।