Odia News Portal

ଜାଣନ୍ତୁ ସର୍ବଦଳୀୟ ବୈଠକରେ କଣ ହେଲା ଆଲୋଚନା

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି ଯେ, ଆସନ୍ତାବର୍ଷ ହେବାକୁ ଥିବା ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । କେନ୍ଦ୍ର ନିର୍ବାଚନ କମିଶନ ଜାନୁଆରୀ ୧ ୨୦୨୧ ସୁଦ୍ଧା ଭୋଟର ଲିଷ୍ଟ ପ୍ରଦାନ କରିସାରିଛନ୍ତି । ଏହି ଭୋଟର ତାଲିକା ସଂଶୋଧନ ହେବା ପୂର୍ବରୁ ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି । ବୈଠକରେ ଭୋଟର ତାଲିକା ସଂଶୋଧନ ନେଇ ଆଲୋଚନା କରାଯିବ । ଧାର୍ଯ୍ୟ ତାରିଖ ଅନୁସାରେ ଜିଲ୍ଲାମାନେ ସେମାନଙ୍କ ସଂରକ୍ଷଣ ତାଲିକା ପ୍ରଦାନ କରିବେ ବୋଲି ମଧ୍ୟ ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।