Odia News Portal

୪ରୁ ଖୋଲିବ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ

ଗଞ୍ଜାମ: ଜାନୁଆରୀ ୪ରୁ ଖୋଲିବ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ । ସେହିପରି ଆସନ୍ତାକାଲି ଠାରୁ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ପୀଠ ଖୋଲିବା ସହ ମା’ଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଡିଏମ ରେଭେନ୍ୟୁ ଇନଚାର୍ଜ, ସବ କଲେକ୍ଟର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସକାଳୁ ମନ୍ଦିର ଖୋଲାଯିବ । ଏନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ତେବେ କୋଭିଡ କଟକଣା ମଧ୍ୟରେ ମନ୍ଦିର ମଧ୍ୟକୁ ଏକକାଳୀନ ୧୫ ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତ ମିଳିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରେ ରଖି ତାରାତାରିଣୀ ମନ୍ଦିର ଉପରକୁ ଯିବା ପାଇଁ ବସ୍ ବ୍ୟବସ୍ଥା କରାଯାଇଛି । ‌ଦର୍ଶନ ସମୟରେ ସାମାଜିକ ଦୂରତା ସହ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।