Odia News Portal

ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ-କଲେଜ୍ ବନ୍ଦ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇଯାଇଛି | ଦୈନିକ ଲକ୍ଷାଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ଦିଲ୍ଲୀରେ ସମସ୍ତ ସ୍କୁଲ-କଲେଜ୍ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରିଛନ୍ତି କେଜରିୱାଲ |

ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶରେ ମଧ୍ୟ ସମସ୍ତ ସ୍କୁଲ କଲେଜ ବନ୍ଦ କରାଯାଇଛି | ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କୋଭିଡ୍-୧୯ର ସ୍ଥିତି ବିଷୟରେ ଆଲୋଚନା କରାଯାଇଛି। ମନ୍ତ୍ରିମଣ୍ଡଳ ସହ ଆଲୋଚନା କରି ଏପ୍ରିଲ ୨୧ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଓଡିଶାରେ ମଧ୍ୟ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ପର୍ଯ୍ୟନ୍ତ ନବମ ଏବଂ ଏକାଦଶ ଶ୍ରେଣୀର ପାଠପଢା ବନ୍ଦ ରଖାଯାଇଛି।