Odia News Portal

ଦିନ ୨ଟା ପରେ କଟକରେ ଦୋକାନ ବନ୍ଦ

ଭୁବନେଶ୍ୱର: ଦିନ ୨ଟା ପରେ କଟକ ସହରରେ ସମ୍ପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିବ | କରୋନା ସ୍ଥିତି ନେଇ ସିଏମସି କମିଶନର ପ୍ରେସମିଟ୍ ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍ । ସଂକ୍ରମଣ ବଢୁଛି ତେଣୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଉଛନ୍ତି । ସୋମବାର ଠାରୁ ଅର୍ଥାତ୍ ମେ ୩ରୁ ୧୮ ଯାଏଁ ସଂଘ ସ୍ୱେଚ୍ଛାକୃତ ଲକଡ଼ାଉନ୍ ଲାଗୁ କରିବ ।

ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜି ମାର୍କେଟ ଆସୋସିଏସନ, ଟ୍ରେଡର ଆସୋସିଏସନମାନଙ୍କ ସହିତ ମିଟିଂ କରାଯାଇଥିଲା । ଏହି ନିୟମ ସୋମବାର ଠାରୁ ଲାଗୁ କରାଯିବ । କରୋନାର ଚେନକୁ ଭାଙ୍ଗିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି । ଔଷଧ ଦୋକାନ ଖୋଲା ରହିବ । ମାଲ ଗୋଦାମରେ ଲୋଡିଂ ଏବଂ ଅନଲୋଡିଂ ଉପରେ କୌଣସି କଟକଣା ନାହିଁ । ଅନଲାଇନରେ ଫୁଡ୍ ଡେଲିଭରି ମଧ୍ୟ ହୋଇପାରିବ ବୋଲି କହିଛନ୍ତି ସିଏମସି କମିଶନର ।