Odia News Portal

ବାଚସ୍ପତି ପାତରଅନ୍ତର କରୁଥିବା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର: ବିଧାନସଭାରେ ବାଚସ୍ପତି ପାତରଅନ୍ତର କରୁଥିବା ବଡ଼ ଅଭିଯୋଗ ଆଣିଲା ବିଜେପି ଦଳ।ଆଜି ଧାରଣାରୁ ଓହରିବା ପରେ ସାମ୍ବାଦିକ ସମ୍ମିଳନୀ କରି କିଛି ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ପ୍ରଦୀପ୍ତ ନାୟକ କହିଛନ୍ତି, ବିଧେୟକ ପାରିତ ହେଲେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଗୃହରେ କହିବାର ଅଧିକାର ସମସ୍ତଙ୍କର ରହିଛି ।

କିନ୍ତୁ ଯେତେବେଳେ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଗଲା, ବିରୋଧୀଙ୍କୁ ଆଲୋଚନାରେ ସାମିଲ କରାନଯିବା ଏବଂ ଗୃହରେ ଯେଉଁ ଭଳି ଭାବେ ବିଲ୍ ପାସ କରାଯାଉଛି, ତାହା ଅଗଣତାନ୍ତ୍ରିକ। ବିଧାୟକମାନଙ୍କ ସହ ଆଲୋଚନା କରାଯାଉନି ।ଆଲୋଚନା ଭିତରେ ବିଧାନସଭା ବନ୍ଦ କରିବା କଥା। କିନ୍ତୁ ସେଭଳି କିଛି ହେଇନି । ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ |

ତେଣୁ ବାଚସ୍ପତିଙ୍କ ଦୃ୍ଷ୍ଟି ଆକର୍ଷଣ କରିବାକୁ ହେଡଫୋନ, କଲମ ଫୋପାଡା ଯାଇଛି । କିନ୍ତୁ ଏହି ପ୍ରସଙ୍ଗରେ ଆମକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ୩ ଜଣ ବିଧାୟକଙ୍କୁ ସସପେଣ୍ଡ କରିଦିଆଗଲା । ବିନା ଦୋଷରେ ଆମେ ଦଣ୍ଡିତ ହେଇଛୁ ।