Odia News Portal

ଆମେରିକାରେ ବରଫରେ ପୋତିହେଉଛନ୍ତି ଜୀବନ୍ତ ମଣିଷ

ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ମଧ୍ୟରେ ସାମିଲ ଥିବା ଆମେରିକା ଏବେ ପ୍ରବଳ ଶୀତର ଶିକାର ହୋଇଛି । ଥଣ୍ଡା ହେତୁ ସେଠାକାର ସ୍ଥିତି ବିଗିଡ଼ିଯାଇଛି । ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଆମେରିକାର ତାପମାତ୍ରା -୪୫ ଡିଗ୍ରୀକୁ ଚାଲିଆସିଛି । ଶୀତ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଠପ୍ ହୋଇଯାଇଛି । ଖ୍ରୀଷ୍ଟମାସ ଉତ୍ସବ ପାଇଁ ସମସ୍ତ ପ୍ଲାନକୁ ଖରାପ କରିଦେଇଛି ନଷ୍ଟ କରିଦେଇଛି ତୁଷାର ଝଡ଼ । ଲୋକମାନେ ନିଜ ଘର ଭିତରେ ବନ୍ଦୀ ହେବାକୁ ବାଧ୍ୟ ହେଉଛନ୍ତି । ଏହି ଥଣ୍ଡା ଯୋଗୁଁ ବରଫରେ ଫସିରହିଥିବା ଲୋକଙ୍କ ମୃତ୍ୟୁ ହେଉଛି ।
ତେବେ ଆମ ଶରୀର କେତେ ମାତ୍ରାରେ ଥଣ୍ଡା ସହ୍ୟ କରିପାରିବ, ଆସନ୍ତୁ ଜାଣିବା

ସାଧାରଣତଃ ୧୪୦-ଡିଗ୍ରୀ-ଫାରେନହାଇଟ୍ (୬୦-ଡିଗ୍ରୀ-ସେଲସିୟସ୍) ରେ ଜଣେ ବ୍ୟକ୍ତି ୧୦ ମିନିଟ୍ ମଧ୍ୟରେ ହାଇପରଥର୍ମିଆରେ ପୀଡିତ ହୋଇଥାଏ । ଥଣ୍ଡା ଦ୍ୱାରା ମୃତ୍ୟୁକୁ ଦୂର କରିବା ଏକ କଷ୍ଟକର କାମ । ଜଣେ ମଣିଷ ସାଧାରଣତଃ ୭୦-ଫାରେନହାଇଟ୍ ରେ ମରିଯାଏ, କିନ୍ତୁ ଏପରି ହେବାକୁ କେତେ ସମୟ ଲାଗେ ତାହା ବ୍ୟକ୍ତି କିପରି ଥଣ୍ଡା ସହ୍ୟ କରୁଛି ଏବଂ ହାଇବରନେସନର ରହସ୍ୟ ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଷୟରେ ଆଲୋଚନା ଜାରି ରହିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ପଶ୍ଚିମ ଆମେରିକାର ମୋଣ୍ଟାନା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା -୪୫ ଡିଗ୍ରୀ ସେଲସିୟସକୁ ଖସି ଆସିଛି । ଜାତୀୟ ପାଣିପାଗ ସେବା କହିଛି ଯେ, ଆଇଓୱାର ଡେସ୍ ମୋଇନ୍ସରେ ତାପମାତ୍ରା -୩୭ -ଫାରେନହାଇଟ୍ ରହିଛି, ଯାହା ୫ ମିନିଟରୁ କମ୍ ସମୟ ମଧ୍ୟରେ ଫ୍ରାଷ୍ଟବାଇଟ ତିଆରି କରିପାରେ । ସରଳ ଭାଷାରେ କହିବାକୁ ଗଲେ, ଏଭଳି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ଖୋଲା ପବନର ସଂସ୍ପର୍ଶରେ ଆସନ୍ତି, ତେବେ ଥଣ୍ଡା ହେତୁ ତାଙ୍କ ସ୍କିନ୍ ଡେଡ୍ ହୋଇପାରେ ।