Odia News Portal

ଓଡ଼ିଶାକୁ ସହାୟତା ଏବଂ ସହଯୋଗ ପାଇଁ ଅମିତ ଶାହାଙ୍କ ପ୍ରତିଶ୍ରୁତି

*କେନ୍ଦ୍ର ସରକାର ଏହି ବିପତି ସମୟରେ ଓଡ଼ିଶା ସାଙ୍ଗରେ ଅଛନ୍ତି ।
*ଓଡ଼ିଶାର ଭାଇ ଭଉଣୀ ଓ ଗୁରୁଜନମାନେ ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କତା ସୂଚନାକୁ ମାନିବାକୁ ପରାମର୍ଶ ।
* ‘ୟଶ୍’ ପ୍ରଭାବରେ କାହାର କିଛି କ୍ଷତି ନହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନ ।

ଭୁବନେଶ୍ୱର: ‘ୟଶ୍’ ବାତ୍ୟା ଦ୍ୱାରା ଓଡ଼ିଶାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରିବା ସହ ବାତ୍ୟା ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ର ସରକାର ଏହି ବିପତି ସମୟରେ ଓଡ଼ିଶା ସାଙ୍ଗରେ ଅଛନ୍ତି ଏବଂ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଏବଂ ସମ୍ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାର ଭାଇ ଭଉଣୀ ଓ ଗୁରୁଜନମାନେ ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କତା ସୂଚନାକୁ ମାନିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । “ଆମେ ଏହି ବାତ୍ୟା ଓ ବର୍ଷାକୁ ସାହାସର ସହିତ ମୁକାବିଲା କରିବା । ବାତ୍ୟା ‘ୟଶ୍’ ପ୍ରଭାବରେ କାହାର କିଛି କ୍ଷତି ନହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା” ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।