Odia News Portal

ଧରାହେଲେ ଲାଞ୍ଚୁଆ ଏବିଇଓ

କେନ୍ଦୁଝର: ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଏବିଇଓ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବିଇଓ ଅଭିମନ୍ୟୁ ସାହୁ ଜଣେ ଶିକ୍ଷକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ବିଭାଗର ମିଳିତ ଚଢ଼ାଉରେ ଧରାପଡ଼ିଥିଲେ । ଶିକ୍ଷକ ସୋମନାଥ ରାମଙ୍କ ନାମରେ ଏକ ବିଭାଗିୟ ପ୍ରେସିଡିଂକୁ ରଫାଦଫା ପାଇଁ ଏବିଓ ଅଭିମନ୍ୟୁ ସାହୁ ଲାଞ୍ଚ ମାଗିଥିବା ଜଣାପଡିଛି । ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଏବିଓଙ୍କୁ ଗିରଫ କରାଯାଇଛି ।