Odia News Portal

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ସବୁ ଅପେକ୍ଷାର ଅନ୍ତ ହୋଇଛି। ଶେଷରେ  ପ୍ରକାଶ ପାଇଛି କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ।   ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ cbseresults.nic.inରେ ପ୍ରକାଶ ପାଇଛି ଫଳାଫଳ। ୧୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ୧୮ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଫଳାଫଳ ପାଇଁ ଅପେକ୍ଷା କରିଥିଲେ। ସିଧାସାଖ ରେଜଲ୍ଟ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ।– ଛାତ୍ରଛାତ୍ରୀ  cbse.gov.in ଏବଂ cbse.nic.inରେ ଫଳାଫଳ ଦେଖି ପାରିବେ ।  ଏହାବ୍ୟତୀତ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ IVS, SMS, ଡିଜିଲକର ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ। ପ୍ରାର୍ଥୀ ସିବିଏସ୍‌ଇ ଡିଜିଲକର ୱେବସାଇଟ digilocker.gov.in ରେ ଲକ୍‌ କରି ନିଜର ରେଜଲ୍ଟ ଏବଂ ପ୍ରମାଣ ପତ୍ର ପାଇପାରିବେ। ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ। କୋଭିଡ-୧୯ ସ୍ଥିତି ସୁଧୁରିଲେ ଏହି ଅଫଲାଇନ ପରୀକ୍ଷା ଆୟୋଜନ କରାଯିବ।