Odia News Portal

ହୀରାକୁଦର ବନ୍ଦହେଲା ଆଉ ୪ ଗେଟ୍

ସମ୍ବଲପୁର: କମୁଛି ଜଳସ୍ତର । ଖୋଲୁଛି ଗେଟ୍ । ଆଜି ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍ ଖୋଲା ହୋଇଛି । ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସିତ ହେଉଛି। ମହାନଦୀରେ ମଧ୍ୟ ଜଳସ୍ତର କମୁଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିଛି। ବର୍ଷା କମିବା ପରେ ବୁଢ଼ାବଳଙ୍ଗ, ଇବ୍, ସୁବର୍ଣ୍ଣରେଖା ସମେତ ପ୍ରାୟ ସବୁ ନଦୀର ଜଳସ୍ତର ହ୍ରାସ ପାଉଛି।

ସେହିପରି ବ୍ରାହ୍ମଣୀ, ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବି ଜଳସ୍ତର କମିବାରେ ଲାଗିଛି। ବିଭିନ୍ନ ନଦୀରେ ଜଳ ପତ୍ତନ ହ୍ରାସ ପାଉଥିଲେ ମଧ୍ୟ ବନ୍ୟାଜଳ ଏବେ ନିଷ୍କାସନ ହୋଇପାରୁ ନଥିବାରୁ ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ନଦୀ କୂଳରେ ଥିବା ବହୁ ଗାଁ ପାଣି ଘେରରେ ରହିଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାପକ ଅଞ୍ଚଳରେ ଚାଷଜମି ନଷ୍ଟ ହୋଇଛି।