Odia News Portal

ପୁଣି ଚର୍ଚ୍ଚାରେ ବାବୁଲ ସୁପ୍ରିୟୋ

ଗୋଟିଏ ଦିନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଥିବା ବାବୁଲ ସୁପ୍ରିୟୋ ପୁଣି ଏକ ଫେସ୍‌ବୁକ୍‌ ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏବଂ ଟିଏମସିର କୃଣାଲ ଘୋଷଙ୍କୁ ଟାର୍ଗେଟ କରିଛନ୍ତି ।

ବେଙ୍ଗଲୀରେ ଲେଖିଥିବା ଏହି ପୋଷ୍ଟରେ ବାବୁଲ ଦିଲ୍ଲୀପ ଘୋଷ ଏବଂ କୃଣାଲ ଘୋଷଙ୍କ କମେଣ୍ଟର ସ୍କ୍ରିନ୍‌ସଟ୍‌ ଆଟାଚ୍‌ କରିଛନ୍ତି । ରାଜନୀତି ଛାଡ଼ିବା ପରେ ଆଉ ଏମିତି ଟିପ୍ପଣୀ ଶୁଣିବାକୁ ମିଳିବନି ବୋଲି ଲେଖିଛନ୍ତି ସୁପ୍ରିୟୋ । ଏହା ଦ୍ବାରା ପଜିଟିଭ୍‌ ଏନର୍ଜୀ ଖର୍ଚ୍ଚ ହେବ ନାହିଁ ଏବଂ ଭଲ କାମ କରିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।

କାଲିର ଫଇସଲା ଉପରେ ଦିଲ୍ଲୀପ ଏବଂ କୃଣାଲ ଟିପ୍ପଣୀ କରିଥିଲେ । ସୁପ୍ରିୟୋ ଲେଖିଛନ୍ତି, ‘ମୋ ଘୋଷଣା ଉପରେ ଯେ କେହି କମେଣ୍ଟ କରୁଛନ୍ତି । ନିଜ ହିସାବରେ ଭାଷାର ପ୍ରୟୋଗ କରୁଛନ୍ତି। ମୁଁ ଏହାକୁ କାମରେ କରି ଦେଖାଇବି। କାମ କରିବାକୁ ସାଂସଦ ଏବଂ ମନ୍ତ୍ରୀ ହେବା ଜରୁରୀ କି ?  ଏବେ ମୁଁ ଗୀତ ଏବଂ ଶୋ ଉପରେ ଫୋକସ୍‌ କରିବି । ଏବେ ମୋ ପାଖରେ ବହୁତ ସମୟ ରହିଛି। ଏବେ ଆହୁରି  ଅଧିକ ସମୟ ରହିବ । ବହୁତ ପଜିଟିଭ୍‌ ଏନର୍ଜି ମଧ୍ୟ ବଞ୍ଚିବ। ଏହି ଉର୍ଜାକୁ ମୁଁ ଭଲ କାର୍ଯ୍ୟରେ ଲଗାଇବି ।’