ହାତୀ ଆକ୍ରମଣରେ ଦୁଇ ମୃତ । ଅନୁଗୋଳ ବନଖଣ୍ଡରେ ହାତୀ ଆତଙ୍କ ଜାରି ରହିଛି । ରାତି ପାହିଲେ ଆସୁଛି ହାତୀ ଆକ୍ରମଣରେ ଜୀବନ ଯିବାର ଖବର । ଆଜି ପୃଥକ ପୃଥକ ସ୍ଥାନରେ ଗୋଟିଏ ପଂଚାୟତରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଅନୁଗୋଳ ବନାଞ୍ଚଳ ପୁରୁଣାଗଡ ସେକ୍ସନ ଅଧୀନ ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁରେ ଘଟିଛି। ମୃତକ ହେଲେ ଭୋଳେଶ୍ୱର ପ୍ରଧାନ।
ଭୋରୁ ଭୋରୁ ଭୋଳେଶ୍ବର ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ତାଙ୍କର ଜୀବନ ଯାଇଛି । ଏହାକୁ ନେଇ ଗାଁରେ ଉତ୍ତେଜନା, ସ୍ଥାନୀୟ ଲୋକେ ମୃତଦେହକୁ ପୁରୁଣାଗଡ଼-କରତାପଟା ରାସ୍ତା ଅବରୋଧ କରିଛନ୍ତି । ସେହିଭଳି ମଧୁପୁରରେ ହାତୀ ଆକ୍ରମଣରେ ଧୁଳିଆ ଦେହୁରୀ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
