ଆଉ ଆକାଶରେ ଉଡ଼ିବନି MIG-21 By Swadhikar News Last updated Sep 26, 2025 ଯେଉଁ ଯୋଦ୍ଧା ଆକାଶରେ ଗର୍ଜନ କରୁଥିଲେ, ଯାହାର ଦୃଶ୍ୟ ଦେଖି ଶତ୍ରୁମାନେ ଥରି ଉଠିଥିଲେ, ସେ ଏବେ ଭାରତୀୟ ବାୟୁସେନାକୁ ବିଦାୟ ଦେଉଛନ୍ତି । ହଁ ଆଜ୍ଞା ଆକାଶରେ ଆଉ ଗର୍ଜିବନି ମିଗ୍ ୨୧ । ଆଜି ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧ । ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଭବ୍ୟ ବିଦାୟ ଦେବାକୁ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ଉତ୍ସବ । ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ । ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି । ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ । ଗତ ଅଗଷ୍ଟ ମାସରେ ରାଜସ୍ଥାନର ନାଲ୍ ବାୟୁସେନା ଏୟାରବେସରୁ ଦେଖିବାକୁ ମିଳିଥିଲା ଶେଷ ମିଗ୍ ୨୧ ଉଡ଼ାଣ । ଉଡାଣରେ ସାମିଲ ଥିଲେ ନିଜେ ବାୟୁସେନା ମୁଖ୍ୟ । ନିରନ୍ତର ସେବା ଯୋଗାଇଥିବା ଏହି ବିମାନ, ଭାରତୀୟ ବାୟୁସେନାର ଗର୍ବ ଓ ଗୌରବ । MiG-21 ର ଅବସର ଭାରତୀୟ ବାୟୁସେନାରେ ଏକ ନୂଆ ଶକ୍ତିର ଆରମ୍ଭ ହେବ । ଏହାକୁ ସ୍ୱଦେଶୀ ତେଜସ୍ LCA ମାର୍କ 1A ଦ୍ୱାରା ବଦଳାଯିବ । ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି ଲଢ଼ୁଆ ବିମାନ ଭାରତର ନୂତନ ଉଡ଼ାଣର ପ୍ରତୀକ ହେବ । MIG 21swadhikarswadhikar news Share