Odia News Portal

ଅର୍ଚ୍ଚନା ନାଗ ମାମଲା: ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିଷୟରେ ଆସିଛି ନୂଆ ଅପଡେଟ । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ଆବେଦନ ମାମଲାରେ ଇଡିକୁ ମିଳିଛି ମଞ୍ଜୁରୀ । ଏବେ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । ଇଡିକୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅର୍ଡର ଦେଇଛନ୍ତି । ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କୁ ୧୩ ତାରିଖରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅର୍ଚ୍ଚନାଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା । କିନ୍ତୁ ୭ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ଜିଲ୍ଲା ଦୌରାଜଜ୍ । ସୂଚନା ମୁତାବକ, ଅର୍ଚ୍ଚନାଙ୍କୁ ଆଜି ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ୱର କୋର୍ଟକୁ ଅଣାଯାଇଥିଲା । ଏହାରି ମଧ୍ୟରେ ସେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ । ଅର୍ଚ୍ଚନା କହିଥିଲେ ଯେ, ‘କୁଆଡେ ଗଲେ ସୋ-କଲଡ ଭିକ୍ଟିମ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା । ମୋତେ ଗିରଫ କଲ ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା । ଶ୍ରଦ୍ଧାଞ୍ଜଳୀ କୁଆଡେ ଗଲା, କାହିଁକ ଆପଣମାନଙ୍କୁ ସାମ୍ନା କରୁନି ।’