Odia News Portal

ଆଜିଠୁ ଅର୍ଚ୍ଚନାଙ୍କୁ ରିମାଣ୍ଡକୁ ନେଇ ଜେରା କରିବ ଇଡି

ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଗତକାଲି ଇଡିକୁ ଅନୁମତି ଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡ ସରିଲା ପରେ ପୁଣି ଡିସେମ୍ବର ୧୩ରେ ହାଜର କରିବାକୁ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅର୍ଚ୍ଚନାକୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ କୋର୍ଟ କେବଳ ୭ ଦିନ ପାଇଁ ଅନୁମତି ଦେଇଥିଲେ।

ଝାରପଡ଼ା ଜେଲ୍‌ରୁ ହାଜର ପାଇଁ ଗତକାଲି ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଅର୍ଚ୍ଚନାଙ୍କୁ ଅଣାଯାଇଥିଲା । ଇଡ଼ିର ପ୍ରଡ଼କ୍ସନ ପିଟିସନ୍ ଫାଇଲ୍ ଆଧାରରେ କୋର୍ଟରେ ଅର୍ଚ୍ଚନାକୁ ହାଜର କରାଯାଇଥିଲା ।