Odia News Portal

ମୋତେ ସମୟ ଦରକାର, ସମସ୍ତଙ୍କ ଗୁମର ଖୋଲିବ: ଅର୍ଚ୍ଚନା ନାଗ

କ୍ୟାପିଟାଲ ହସପିଟାଲରେ ଆଜି ପୁଣି ମୁହଁ’ଖୋଲିଛନ୍ତି ଅର୍ଚ୍ଚନା । କହିଲେ ମୁହଁ ଖୋଲିଲେ ରାଜ୍ୟରେ ବଡ଼ ପରିବର୍ତ୍ତନ ହୋଇଯିବ । ହେଲେ ମୋତେ ସମୟ ଦରକାର । ସମସ୍ତଙ୍କ ଗୁମର ଖୋଲିବ । ମୋତେ ବଡ଼ବଡ଼ିଆ ଫସାଇ ଦେଇଛନ୍ତି ବୋଲି କହିଛନ୍ତି ଅର୍ଚ୍ଚନା ନାଗ ।

ଝାରପଡ଼ା ଜେଲରୁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ଗଣମାଧ୍ୟମ ଆଗରେ ଗତକାଲି ଭଳି ଆଜି ବି ବସ୍ଫୋରକ ବୟାନ ରଖିଥିଲେ । କହିଲେ ମୁହଁ’ଖୋଲିଲେ ଓଡ଼ିଶା ପରିବର୍ତ୍ତନ ହୋଇଯିବ । ହେଲେ କି ପରବିର୍ତ୍ତନ ହେବ, ତାକୁ ନେଇ ପ୍ରଶ୍ନ ।

କେଉଁ ବଡ଼ବଡ଼ିଆଙ୍କ ବିଷୟରେ କହିବାକୁ ଚାହୁଁଛନ୍ତି ଅର୍ଚ୍ଚନା ନାଗ୍‌ ? ମୋତେ ଫସାଇ ଦେଇଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ତେବେ କିଏ ଓ କାହିଁକି ଫସାଇଛି ? ତାଙ୍କ ବିସ୍ଫୋରକ ବୟାନକୁ ନେଇ ପୁଣି ଚର୍ଚ୍ଚା ।