Odia News Portal

କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ। ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଛି। ପ୍ରଡକ୍ସନ ପାଇଁ ଆବେଦନ କରିଥିଲା ଇଡି। ହାଜର ପରେ ତାଙ୍କୁ ରିମାଣ୍ଡରେ ନେବ ଇଡି। ଏନେଇ କୋର୍ଟରେ ଆବେଦନ କରାଯିବ। ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ଅର୍ଚ୍ଚନା ନାଗ କଳାଟଙ୍କା ମାମଲାରେ ତନାଘନା ଚଳାଇଛି ଇଡି।

ଆର୍ଥିକ କାରବାରର ଖିଅ ଖୋଜୁଥିବା ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବା ସହିତ ଅନେକ କିଛି ଗୁମର ଫିଟାଇବାକୁ ଲକ୍ଷ୍ୟ ରଖିଛି । ଅର୍ଚ୍ଚନା କିଭଳି କୋଟିପତି ହେଲେ, ଦାମୀ କାର ପାଇଁ ନଗଦ କାରବାର ପଛର ରହସ୍ୟ ଆଦିକୁ ନେଇ ଇଡି ଆଜି ଜେରା କରିବ । ଏବେ ସୁଦ୍ଧା ଇଡି ୯ ଜଣଙ୍କୁ ଜେରା କରି ସାରିଛି । ଆଗକୁ ଆହୁରି ୬ ଜଣଙ୍କୁ ଇଡି ଜେରା କରିବ ବୋଲି ସୂଚନା ରହିଛି ।