Odia News Portal

ବାତ୍ୟା ଆସୁଛି, ଅରିନ୍ଦମଙ୍କୁ ଆଖି ଖୋଜୁଛି

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ତେବେ ବାତ୍ୟା ବନ୍ୟା କଥା କହିଲେ ମନେ ପଡ଼ିଯାଏ ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁ । କାହିଁକି ନାଁ ସବୁବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କୁ ଦେଉଥିଲେ ଅପଡେଟ୍ । କେବେ ଗୋପାଳପୁରର ଅଶାନ୍ତ ସମୁଦ୍ର କୂଳରେ ପ୍ରଖର ପବନରେ ଛିଡ଼ାହୋଇ ରିପୋଟିଂ କରୁଥିଲେ ତ ଆଉ କେବେ ଅକାତ କାତ ପାଣିରେ ଓଡ୍ରାଫ ଟିମ୍ ସହ ଯାଇ ଲୋକଙ୍କ ଦେଖାଉଥିଲେ ଲାଇଭ ଚିତ୍ର । କିନ୍ତୁ ଆଜି ଆଉ ତାଙ୍କର ସେହି ନିଆରା ଷ୍ଟାଇଲର ରିପୋଟିଂ ଦେଖିବାକୁ ପାଇବେନି ଓଡ଼ିଶାବାସୀ । କିନ୍ତୁ ବାତ୍ୟା ଆସୁଥିବା ଖବର ପାଇବା ମାତ୍ରେ ସମସ୍ତେ ଖୋଜିଛନ୍ତି ଅରିନ୍ଦମଙ୍କୁ । ପିଲାଠାରୁ ବୁଢ଼ା ସମସ୍ତେ ଖୋଜୁଛନ୍ତି କୁଆଡ଼େ ଗଲେ ଓଟିଭିର ସେହି ଲମ୍ବା ଟୋକା । ଯିଏକି ପବନ ବର୍ଷାକୁ ଖାତିର ନକରି ସବୁବେଳେ ଦେଉଥିଲା ଅପଡେଟ୍ ।

ଯଦି ଆମେ କହିବା ଆଜି କାଲିଠାରୁ ଯେତେବେଳେ ସମସ୍ତେ ଶଉଣିଛନ୍ତି କି, ବାତ୍ୟା ଆସୁଛି ସେବେଠାରୁ ଖୋଜା ଚାଲିଛି କୁଆଡ଼େ ଗଲେ ଅରିନ୍ଦମ । ତାଙ୍କର ଅନେକ ସହକର୍ମୀ ଏବଂ ସାଧାରଣ ଜନତା ମଧ୍ୟ ସୋସିଆଲ ମିଡିଆରେ ଲେଖିବା ଆରମ୍ଭ କରି ଦେଇଛନ୍ତି । ଭାବ ବିହ୍ୱହ ହୋଇ ସମସ୍ତେ ଲେଖୁଛନ୍ତି କି, ତୁ ପୁଣି ଫେରିଆ ଅରିନ୍ଦମ । ବାତ୍ୟା ଆସୁଛି ଆମେ ରିପୋଟିଂ କରିବା । ଆଉ ସାଧାରଣ ଲୋକେ କହୁଛନ୍ତି କି, ଆମକୁ ସେହି ଲମ୍ବା ଟୋକା ଦରକାର । ଯିଏ ସବୁବେଳେ ବାତ୍ୟାରେ ଆଗ ଆମକୁ ଖବର ଦେଉଥିଲା । ଆଉ ପାଖରୁ ଖବର ଦେଖାଉଥିଲା । ହେଲେ କିଏ ବା ବୁଝେଇବ ଲୋକଙ୍କୁ ଆପଣମାନେ ଖୋଜୁଥିବା ସେହ ଅରିନ୍ଦମ ଚାଲିଯାଇଛନ୍ତି ଅଫରା ଦୁନିଆକୁ । ଯେତେ ଛାତି ଫଟାଇ କାନ୍ଦିଲେ ସୁଦ୍ଧା ସେ ଆଉ କେବେ ବି ଆସିବେ ନାହିଁ କି, ଆମକୁ ବାତ୍ୟା ଅପଡେଟ୍ ଦେବେ ନାହିଁ । ତେବେ ଶେଷରେ ପାଠକକୁ ଆମେ ଏତିକି କହିବୁ ଆପଣମାନେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ସେ ଯେଉଁଠି ବି ଥାଆନ୍ତୁ ଭଲରେ ଥାଆନ୍ତୁ । ଅଲବିଦା ଅରିନ୍ଦମ ।