Odia News Portal

ସାମ୍ବାଦିକ ଯେବେ ଖବର ହୁଏ, ଗଣମାଧ୍ୟମ ନୀରବି ଯାଏ

ଭୁବନେଶ୍ୱର: ଖବର ଲୋକଲୋଚନକୁ ଆଣୁଥିଲେ । ହେଲେ ଆଜି ସେ ନିଜେ ବନିଗଲେ ଖବର । ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ବିୟୋଗ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମସ୍ତେ କାନ୍ଦୁଛନ୍ତି । ସେ ସାଧାରଣ ଜନତା ହୁନ୍ତୁ ବା ନେତା ସମସ୍ତେ କାନ୍ଦୁଛନ୍ତି । ଆଉ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକଙ୍କ କଥା ନକହିବା ଭଲ । କାହିଁକି ନାଁ ସମସ୍ତଙ୍କ ସହ ଜଡିତ ଥିଲେ ଅରିନ୍ଦମ । ଖବର ସଂଗ୍ରହ କରିବା ସହ ଲୋକଙ୍କ ସହ ସେ ବ୍ୟକ୍ତିଗତ ଭାବେ ଯୋଡିହୋଇ ରହୁଥିଲେ । ଯେଉଁ କାରଣରୁ ତାଙ୍କୁ ସମସ୍ତେ ଝୁରି ହେଉଛନ୍ତି । ଓଟିଭି ଅଫିସ ନିକଟରେ ଅରିନ୍ଦମଙ୍କ ମରଶରୀରକୁ ଦେଖିବା ଲାଗି ସମସ୍ତ ଗଣମାଧ୍ୟମର ସାଥୀମାନେ ପହଞ୍ଚିଛନ୍ତି । ଆଜି ଓଡ଼ିଆ ଗଣମାଧ୍ୟମ ଜଗତରେ ଦୁଃଖ ଭରିଯାଇଛି । ଗୋଟେ ପ୍ରକାର କହିବାକୁ ଗଲେ ଗଣମାଧ୍ୟମ ଏବେ ନୀରବି ଯାଇଛି । ସମସ୍ତଙ୍କ କଣ୍ଠରୋଧ ହୋଇଛି । ସେଥିପାଇଁ ତ ସମସ୍ତେ କହୁଛନ୍ତି ସାମ୍ବାଦିକ ଯେବେ ଖବର ହୁଏ, ଗଣମାଧ୍ୟମ ନୀରବି ଯାଏ ।