Odia News Portal

ଅରିନ୍ଦମଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ

କେନ୍ଦୁଝର: ସାହାସୀ, ନିର୍ଭୀକ ସାମ୍ବାଦିକ ଥିଲେ ଦିବଙ୍ଗତ ଅରିନ୍ଦମ ଦାସ । ତାଙ୍କ ମୃତ୍ୟୁରେ ସାରା ଓଡ଼ିଶାବାସୀଙ୍କ ଆଖିରୁ ଝରିଛି ଲୁହ । ତେବେ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ଲାଗି ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଅରିନ୍ଦମଙ୍କ ପତ୍ନୀ ମୀନାକ୍ଷୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଥାଉକି, ମୁଣ୍ଡୁଳି ବ୍ରିଜ୍ ନିକଟରେ ପାଣିରେ ଫଶି ରହିଥିଲା ହାତୀ । ଉଦ୍ଧାର କରିବା ଲାଗି ଓଡ୍ରାଫ ଟିମ ସହ ପାଣିରେ ପଶିଥିଲେ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ । ଦୁଃଭାଗ୍ୟ ବଶତଃ ବୋଟଟି ଓଲଟି ପଡ଼ିଥିଲା । ଆଉ ବହୁ ଚେଷ୍ଟା କଲା ପରେ ମଧ୍ୟ ଅରିନ୍ଦମ ଉଦ୍ଧାର ହୋଇନଥିଲେ । ଶେଷରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କର ସାହସିକତା ଆଉ ନିଆର ଷ୍ଟାଇଲର ରିପୋଟିଂ ଲାଗି ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଅରିନ୍ଦମ । ତାଙ୍କ ମୃତ୍ୟୁ ଖବର ଯିଏ ଶୁଣିଥିଲା ତା ଆଖିରୁ ଦି ଟୋପା ଲୁହ ବୋହିଥିଲା । ଆଉ ଏହି ଦିବଙ୍ଗତ ସାମ୍ବାଦିକଙ୍କ ପରିବାର ଲାଗି ସହାୟତା ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର ଯାହା ଆଜି ମିଳିଛି । ସେପଟେ ଓଟିଭିର ମୁଖ୍ୟ ଜାଗୀ ମଙ୍ଗତ ପଣ୍ଡା ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି