Odia News Portal

ଶାହାରୁଖ ଖାନଙ୍କ ଫିଲ୍ମରେ କାମ ଦେବାକୁ କହି ଝିଅଙ୍କୁ ଚାଲାଣ କରୁଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମରେ ସୁଯୋଗ ଦେବାକୁ କହି ଯୁବତୀଙ୍କୁ ଚାଲାଣ କରୁଥିଲା ଯୁବକ । ଶେଷରେ ପୋଲିସ ହାବୁଡ଼ରେ ପଡ଼ିଛି । ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ଫେସବୁକରେ ଜଣେ ଜଣେ ଇଭେଣ୍ଟ ମ୍ୟନେଜର ଭାବେ ପରିଚୟ ଦେଉଥିଲେ । ପରେ ବିଭିନ୍ନ ବଡ଼ ବଡ଼ କଳାକାରଙ୍କ ଫିଲ୍ମରେ ସୁଯୋଗ ଦେବା ନାଁରେ ସେମାନଙ୍କୁ ନେଇ ଚାଲାଣ କରୁଥିଲା । ତଦନ୍ତ କରିବା ପରେ ଏଭଳି ଅନେକ ଯୁବତୀ ଶିକାର ହୋଇଥିବା ଜଣା ପଡିଛି । ତେବେ ଏହି ଘଟଣାରେ ମୁମ୍ବାଇ ପୋଲିସ ଜଣେ ୧୭ ବର୍ଷ ବୟସ୍କା ଝିଅକୁ ଉଦ୍ଧାର କରିଛି । ଯାହାକୁ ଉକ୍ତ ଯୁବକ ପଶ୍ଚିମବଙ୍ଗର ପଲାଶୀପାରା ଅଞ୍ଚଳରୁ ଆଣିଥିଲା । ଯୁବକ ଜଣକ ପୂର୍ବରୁ ଏପରି ବହୁ ଝିଅକୁ ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରିଥିବା ସ୍ୱୀକାର କରିଛି । ଖାଲି ଶାହାରୁଖ୍ ଖାନ୍ ନୁହଁନ୍ତି ଏପରି ବହୁ ବଡ଼ ବଡ଼ ଫିଲ୍ମ ଅଭିନେତାଙ୍କ ନାମରେ ବହୁ ଠକ ଏପରି ସରଳ ଝିଅଙ୍କୁ ଫସାଉଥିବା ଜଣାପଡ଼ିଛି ।