Odia News Portal

ଗିରଫ ହେଲେ କେବିଏନ ଗ୍ୟାଙ୍ଗ ର ମୁଖ୍ୟ

ଶେଷରେ ଗିରଫ ହୋଇଛି ବହୁଚର୍ଚ୍ଚିତ କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା । ୩ ମାସ ପରେ ବୁବୁକୁ ଭୁବନେଶ୍ୱରର ଡେଲଟା ଅଞ୍ଚଳରୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । । ମାରଣାସ୍ତ୍ର ଧରି ଭିଡ଼ିଓ ଭାଇରଲ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ବୁବୁକୁ ଖୋଜୁଥିଲା ପୋଲିସ । କେବିଏନଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନାକୁ ଗିରଫ କରିବା ପୂର୍ବରୁ ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିସାରିଥିଲା ପୋଲିସ ।
କେବିଏନ ଗ୍ୟାଙ୍ଗ ରାଜଧାନୀ ରାଜରାସ୍ତାରେ ଖଣ୍ଡା ବୁଲାଇ ବାଇକ୍ ଓ କାରରେ ଷ୍ଟଣ୍ଟ କରି ଭିଡିଓ ଭାଇରାଲ୍ କରୁଥିଲେ । ତେବେ ଭାଇରାଲ ହୋଇଥିବା ଭିଡିଓରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରିଛି ପୋଲିସ । କେବିଏନ ଗ୍ୟାଙ୍ଗର କିଛି ଯୁବକ ଟାଉନ ଟାଇଗର ନାମରେ ଏକ ଗ୍ରୁପ ତିଆରି କରିଥିଲେ । ଦାଦାବଟି ଓ ଦାଦାଗିରି କରି ପତିଆର ଜାହିର କରିବା ଏହି ଗ୍ୟାଙ୍ଗ ର ମୁଖ୍ୟ ଲକ୍ଷ୍ୟ ଥିଲା । ସନିଆ ଓରଫ ସନାତନ ଥିଲା ଗ୍ରୁପ ଆଡମିନ୍ । ପୋଲିସର ଆକ୍ସନ ପରେ ଗ୍ରୁପରୁ ଅନେକ ଯୁବକ ଲେଫ୍ଟ ହୋଇଯାଇଥିଲେ । ଲେଫ୍ଟ ହୋଇଥିବା ଯୁବକଙ୍କୁ ଖୋଜୁଛି ପୋଲିସ । ୨୯ ଜଣକ ଯୁବକଙ୍କ ନାମରେ ମାମଲା ରୁଜୁ କରି ଖୋଜୁଛି ପୋଲିସ ।