Odia News Portal

ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓ

ନୂଆଦିଲ୍ଲୀ: ଓଡ଼ିଶାରୁ ରାଜ୍ୟସଭାକୁ ଯାଇ ରେଳମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ରାଜ୍ୟରେ ରେଳ ଚଳାଚଳର ବିକାଶକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ରାୟଗଡ଼ାରେ ନୂଆ ରେଳ ଡିଭିଜନ୍ କାର୍ଯ୍ୟକ୍ଷମ କରିବା ସହ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଦାବି ରଖିଛନ୍ତି ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ସମେତ ଅବିଭକ୍ତ କୋରାପୁଟର ବିକାଶ କ୍ଷେତ୍ରରେ ରେଳ ସେବା ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସ୍ମାରକପତ୍ରରେ ଉଲ୍ଲେଖ ଥିବା ପ୍ରସ୍ତାବ ଓ ଦାବିକୁ ଅଣଦେଖା ନ କରିବା ପାଇଁ ସାଂସଦ ଶ୍ରୀ ରାଓ କେନ୍ଦ୍ର ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ରାୟଗଡ଼ାକୁ ନୂଆ ରେଳ ଡିଭିଜନ୍ ଭାବେ ଘୋଷଣା କରିଥିଲେ।