Odia News Portal

୩ ଦିନିଆ ରିମାଣ୍ଡରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର

ନୂଆଦିଲ୍ଳୀ: ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅକୁ ୩ ଦିନିଆ ରିମାଣ୍ଡମରେ ନେଇଛି ଉତ୍ତରପ୍ରଦେଶ ପୋଲିସ । ସୋମବାର ଆଶିଷ ମିଶ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଲଖୀମପୁର ହିଂସାକାଣ୍ଡରେ ସମ୍ପୃକ୍ତିକୁ ନେଇ ପୋଲିସ ଆଶିଷ ମିଶ୍ରଙ୍କୁ ରିମାଣ୍ଡରେ ନେଇଛି ।

ଶନିବାର ୧୨ ଘଣ୍ଟାର ପଚରା ଉଚୁରା ପରେ ଆଶିଷଙ୍କୁ ଗିରଫ କରାଯାଇଥିଲା । ଆଶିଷ ମିଶ୍ର ଏସଆଇଟି ଆଗରେ ଦେଖାଇଥିବା ଭିଡିଓ ନକଲି ବୋଲି ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ପୋଲିସ ପକ୍ଷରୁ ୧୪ ଦିନିଆ ରିମାଣ୍ଡ ଦାବି କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଚାଷୀଙ୍କ ଉପରେ ଗାଡି ଚଢାଇବା କାରଣରୁ ୪ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ହିଂସା କାରଣରୁ ଆଉ ୪ ଜଣଙ୍କ ମୃତ୍ୟୁ ସହିତ ୮ ଜୀବନହାନି ଘଟିଥିଲା ।