Odia News Portal

ପୋଲିସ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

ପୋଲିସ ପାଖରେ କେକେବିଏନ ଡିଭିଜନ ହାର୍ଡକୋର ମାଓବାଦୀ କଲା ଆତ୍ମସମର୍ପଣ । ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଲେ ଉତ୍ତରାଞ୍ଚଳ ଡ଼ିଆଇଜି। ବଲାଙ୍ଗୀର ସୀମାବର୍ତୀ ବୌଦ୍ଧ-କନ୍ଧମାଳ ସୀମାରୁ ଗତ ୧୬ତାରିଖରେ ଜଣେ ସନ୍ଦିଗ୍ଧ ହାର୍ଡକୋର ମାଓବାଦୀ ଗିରଫ ଘଟଣାର ଆଜି ସାମ୍ବାଦିକ ସମ୍ମିଳନୀରେ ପର୍ଦାଫାସ କଲା ବଲାଙ୍ଗୀର ପୋଲିସ । ଉତ୍ତରାଞ୍ଚଳ ଡିଆଇଜି ଡ଼ ଦୀପକ କୁମାର ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟର ସୂଚନା ଦେଇଛନ୍ତି ।

ଗତ କିଛି ଦିନ ତଳେ କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ ସମୟରେ ଜଙ୍ଗଲ ଭିତରେ ଲୁଚିକି ଚାଲିଆସିଥିବା ବେଳେ ବଲାଙ୍ଗୀର ପୋଲିସ ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ବଲାଙ୍ଗୀର-ବୌଦ୍ଧ-କନ୍ଧମାଳ ସୀମାରୁ ଗିରଫ କରିଥିଲା । ଗିରଫ ମାଓବାଦୀ ନାଁ ସୁଜନ ବୋଲି ଜଣାପଡିଛି । ତେବେ ଆଜି ସେ ପୋଲିସ ପାଖରେ ଆତ୍ମସମର୍ପଣ କରିଛି। ତେବେ ପୂର୍ବରୁ ବଲାଂଗୀର-ବରଗଡ-ମହାସମୁନ୍ଦ ଡିଭିଜନ ରେ ମଧ୍ୟ ରହିଥିବା ସୂଚନା ଦେଛନ୍ତି ଉତ୍ତରାଞ୍ଚଳ ଡ଼ିଆଇଜି ।