Odia News Portal

କ୍ଳିନିକ ଭିତରେ ପଶି ଯୁବତୀଙ୍କୁ ପିଟିଲା ଯୁବକ

ଭୁବନେଶ୍ୱର: କ୍ଲିନିକ ଭିତରେ ପଶିଲା । ନିର୍ଦ୍ଧୁମ ଛେଚିଲା । ସମସ୍ତଙ୍କ ସାମନାରେ ଯୁବତୀଙ୍କୁ ମାଡ଼ ମାରିଲା ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପୋଲିସ ଅଭିଯୁକ୍ତ ମାନସ କୁମାର ସାହୁକୁ ଅଟକ ରଖି ପଚରା ଉଚରା କରୁଛି । ତେବେ ମାଡ଼ ମାରିଥିବା ଘଟଣା ସିସିଟିଭିରେ କଏଦ ହୋଇଛି ।

ଖୋର୍ଦ୍ଧାରେ ମାନସଙ୍କର ଏକ କ୍ଲିନିକ ଥିଲା । ଯୁବତୀ ତାଙ୍କ କ୍ଲିନିକରେ କାମ କରୁଥିଲେ । ସେଠାରେ ଉଭୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ କ୍ଲିନିକ ବନ୍ଦ ହେବା ପରେ ଯୁବତୀ ଜଣକ ଆସି ମଞ୍ଚେଶ୍ୱରରେ ଏକ କ୍ଲିନିକରେ କାମ କରୁଥିଲେ । ଆଜି ହଠାତ ମାନଓ ସେଠାରେ ପହଞ୍ଚି ଯୁବତୀଙ୍କୁ ମାଡ଼ ମାରିଥିଲା । ଏପରିକି ଯୁବତୀଙ୍କୁ ଉଠାଇ ନେବାର ଯୋଜନା ମଧ୍ୟ କରିଥିଲା । ତେବେ ପୋଲିସ ଖବର ପାଇ ଆସିବ ପରେ ମାନସକୁ ହେପାଜତକୁ ନେଇଥିଲା । ପୋଲିସ ସମ୍ମୁଖରେ ମଧ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଘଟଣା ସମ୍ପର୍କରେ ଅଧିକ ଜାଣିବା ଲାଗି ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।