Odia News Portal

କକା କୁ ହାଣିଲା ପୁତୁରା

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା। କକାକୁ ହାଣିଲା ପୁତୁରା। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି । କକା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନାନୁଯାୟୀ, କରଞ୍ଜିଆ ଥାନା କିଆ ଗାଁର ପୁତୁରା ସୁରେନ୍ଦ୍ରନାଥ ମହାନ୍ତ ଓ କକା ଅକ୍ଷୟ କୁମାର ମହାନ୍ତଙ୍କ ମଧ୍ୟରେ ଜମିଜମା ବିବାଦକୁ କେନ୍ଦ୍ର କରି କଳହ ହୋଇଥିଲା। ଏହି ସମୟରେ ଉତକ୍ଷିପ୍ତ ହୋଇ ପୁତୁରା ସୁରେନ୍ଦ୍ରନାଥ ତାଙ୍କ କକା ଅକ୍ଷୟକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ । ଗ୍ରାମବାସୀମାନେ ଅକ୍ଷୟକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।