Odia News Portal

ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମା ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଗିରଫ । ରଘୁନାଥଙ୍କୁ ପଣ୍ଡାପାଲି ଅଞ୍ଚଳରୁ ଗିରଫ କରିଛି ପୋଲିସ । ରଘୁନାଥ ଗିରଫ ପରେ ମୋଟ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ପ୍ରତାପ ରାଉତ, ବିଦ୍ୟାଧର ପରିଡ଼ା, ମନମୋହନ ଦାସ, ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖଙ୍କୁ ଗିରଫ କରିଥିଲା ପୋଲିସ ।

ସେମାନଙ୍କ ଠାରୁ ୪ଟି ମୋବାଇଲ, ଗୋଟିଏ ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରିଥିଲା ପୋଲିସ । ଗତ ୧୦ ତାରିଖରେ ଏକ ସାଧାରଣ ସଭା ସାରି ଫେରୁଥିବା ବେଳେ ଟାଉନ ଥାନା ଅଞ୍ଚଳର ମଣ୍ଡୁଆ ଠାରେ ଦୁଇ ବାଇକ ଅରୋହୀ ମୋହନଙ୍କ ଗାଡି ଉପରକୁ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ପରେ ମୋହନ ଏ ନେଇ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।