Odia News Portal

ଅଷ୍ଟ୍ରେଲିଆ ଆଗରେ ୧୧୯ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଟି-୨୦ ବିଶ୍ୱକପର ହାଇଭୋଲଟେଜ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ଦକ୍ଷିଣଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଛି । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ତେବେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ଦକ୍ଷିଣଆଫ୍ରିକା ୯ ୱିକେଟ ହରାଇ ୧୧୮ ରନ କରିଛି । ତେବେ ଅଷ୍ଟ୍ରେଲିଆ ଆଗରେ ମାତ୍ର ୧୧୯ ରନର ବିଜୟ ଲକ୍ଷ୍ୟ ରହିଛି ।