Odia News Portal

ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍‌ ହେଲେ ବାବୁଲ ସୁପ୍ରିୟୋ

କୋଲକାତା: ଦେଶରେ ଅଣାୟତ୍ତ କରୋନା ସଂକ୍ରମଣ | ଦୈନିକ ୩ ଲକ୍ଷ ପାର କରୁଛି ସଂକ୍ରମଣ ସଂଖ୍ୟା । ଏହାରି ଭିତରେ ନିର୍ବାଚନ ଚାଲିଥିବା ପଶ୍ଚିମବଙ୍ଗରେ ସ୍ଥିତି ସାଙ୍ଘାତିକ ହେବାକୁ ବସିଲାଣି। ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବାବୁଲ ସୁପ୍ରିୟୋ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଆଜି ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଟ୍ୱିଟ୍‌ କରି ବାବୁଲ ସୁପ୍ରିୟୋ ଲେଖିଛନ୍ତି କି, ସେ ଏବଂ ତାଙ୍କ ପତ୍ନୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି | ତେବେ ପଜିଟିଭ ଚି଼ହ୍ନଟ ହେବାପରେ ସେ ଏବଂ ତାଙ୍କ ପତ୍ନୀ ଆସାନସୋଲ୍‌ରେ ମତଦାନ କରିପାରିବେ ନାହିଁ। ବାବୁଲ ସୁପ୍ରିୟୋ ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯଦିଓ ସେ ଭୋଟ୍‌ ଦେବାକୁ ଯାଇପାରିବେ ନାହିଁ କିନ୍ତୁ ଆସାନସୋଲ୍‌ରେ ପ୍ରତ୍ୟେକଟି ଖବର ଉପରେ ତାଙ୍କର ନଜର ରହିବ ବୋଲି କହିଛନ୍ତି। ୨୬ ଏପ୍ରିଲ୍‌ରେ ଆସାନସୋଲ୍‌ରେ ମତଦାନ ହେବାକୁ ଯାଉଛି |