କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ By Swadhikar News Last updated Feb 27, 2026 କୂଅରେ ପଡ଼ି ହାତୀଛୁଆ ମୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ମୃତ ହାତୀଛୁଆକୁ ଉଦ୍ଧାର କରିଛି ବନ ବିଭାଗ । ସୂଚନା ଅନୁଯାୟୀ, ଗତକାଲି ରାତି ୩ଟା ସମୟରେ ଏକ ୧୦ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ଏହି ୧ବର୍ଷ ବୟସର ଛୁଆ ହାତୀଟି ପଡ଼ି ଯାଇଥିଲା । ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ, ଉପରୁ ପଥର ଖସି ଛୁଆ ହାତୀ ମୁଣ୍ଡରେ ବାଜିଥିଲା। ଫଳରେ ଛୁଅହାତୀର ମୃତ୍ୟୁ ଘଟିଥିଲା । ପରେ ବନ ବିଭାଗ, ହାତୀ ଛୁଆର ଶବ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପରେ ପଦ୍ମପୁର ନର୍ସରୀରେ ପୋତି ଦିଆଯିବ ବୋଲି ସୂଚନା ମିଳିଛି। swadhikarswadhikar news Share