Odia News Portal

ଆଜି ବ୍ରୋଞ୍ଚ ପଦକ ଲାଗି ଲଢ଼ିବେ ବଜରଙ୍ଗ ପୁନିଆ

ଟୋକିଓ: ଆଜି ବ୍ରୋଞ୍ଜ ପାଇଁ ଲଢିବେ ବଜରଙ୍ଗ ପୁନିଆ । ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ରେସଲିଂ ରିଙ୍ଗକୁ ଓହ୍ଲାଇବେ । ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଗାଦଜିମୁରାଦ ରଶିଦୋଭଙ୍କ ସହ ଲଢିବେ ବଜରଙ୍ଗ ପୁନିଆ । ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ରେସଲର୍ ନିରାଶ କରିଥିଲେ। ଆରମ୍ଭରୁ ବଜରଙ୍ଗ ଗୋଟିଏ ପଏଣ୍ଟ ହାସଲ କରିନେଇଥିଲା। କିନ୍ତୁ ଏହା ପରେ ଆଜରବାଇଜନ୍ ପ୍ରତିଦ୍ୱନ୍ଦ୍ୱୀ ଲଗାତର ଦୁଇ ପଏଣ୍ଟ ଲେଖାଏ ହାସଲ କରିନେଇଥିଲା। ଏଥିସହ ପ୍ରଥମ ପିରିୟଡ୍ ଶେଷ ସୁଦ୍ଧା ହାଜି ଅଲିୟେଭ ୪-୧ରେ ଆଗୁଆ ରହିଥିଲେ।