Odia News Portal

ସେମିଫାଇନାଲରେ ହାରିଲେ ବଜରଙ୍ଗ ପୁନିଆ

ଟୋକିଓ: ଟୋକିଓ ଅଲିମ୍ପିକର ରେସଲିଂ ମ୍ୟାଟ୍ରେ ଭାରତର ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ପାଇବାର ଆଶା ଭାଙ୍ଗିଯାଇଛି। ସେମିଫାଇନାଲରେ ରେସଲର ବଜରଙ୍ଗ ପୁନିଆ ହାରିଯାଇଛନ୍ତି। ତାଙ୍କୁ ଅଜରବୈଜାନର କୁସ୍ତିଯୋଦ୍ଧା ହାଜି ଅଲିୟେଭ ହରାଇଛନ୍ତି। ଏହି ପରାଜୟ ପରେ ପୁନିଆଙ୍କୁ ବ୍ରୋଞ୍ଜ ମେଡାଲ ଜିତିବା ପାଇଁ ଆଉ ଏକ ମୁକାବିଲା ଲଢିବାକୁ ହେବ। ବ୍ରୋଞ୍ଜ ପାଇବାକୁ ହେଲେ ବଜରଙ୍ଗଙ୍କୁ ରୁଷର ରେସଲରଙ୍କ ହରାଇବାକୁ ପଡିବ। ପୁନିଆଙ୍କୁ ୬୫ କିଲୋ ବର୍ଗରେ ସେମିଫାଇନାଲରେ ବର୍ତ୍ତମାନର ଅଲମ୍ପିକ ମେଡାଲିଷ୍ଟ ଓ ତିନିଥରର ଓ୍ବାର୍ଲ୍ଡ ଚମ୍ପିଆନ ଅଜରବେଜାନର ହାଜି ଆଲିୟେଭ ୫-୧୨ ରେ ହରାଇଛନ୍ତି। ଏହା ପୂର୍ବରୁ ବରଜରଙ୍ଗ ୨ ବର୍ଷ ପୂର୍ବେ ପ୍ରୋ ରେସଲିଂ ଲିଗ୍ରେ ଅଲିୟେଭଙ୍କୁ ହରାଇଥିଲେ।
ପୁନିଆ ଏହା ପୂର୍ବରୁ ନିଜର ପ୍ରି-କ୍ବାର୍ଟର ଫାଇନାଲ ମୁକାବିଲାରେ କିର୍ଗିସ୍ତାନର ରେସଲରଙ୍କୁ ହରାଇଥିଲେ। ଏହାପରେ କ୍ବାର୍ଟର ଫାଇନାଲରେ ଇରାନର ରେସଲରଙ୍କୁ କରିଥିଲେ ଚିତ୍। ଭାରତର ଷ୍ଟାର ରେସ୍ଲର ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍ ୬୫ କେଜି ବର୍ଗର ସେମି ଫାଇନାଲ୍ରେ ଇରାନର ମୋର୍ଟେଜା ଗିଆସିଙ୍କୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଥିଲେ।