Odia News Portal

ପ୍ରିଜାଇଡିଂ ଅଫିସର ଭୋଟ ଵାକ୍ସ ନେଇ ପଳାଇବା ଘଟଣା, ନଖରାରୁ ଧରିଲା ପୋଲିସ୍

ପ୍ରିଜାଇଡିଂ ଅଫିସର ଭୋଟ ଵାକ୍ସ ନେଇ ପଳାଇଥିବା ଘଟଣାରେ କଟକ ନଖରା ନିକଟରେ ପ୍ରିଜାଇଡିଂ ଅଫିସରଙ୍କୁ ଧରିଲା ପୋଲିସ । ଭୋଟ ବାକ୍ସ ଜବତ କଲା ପୋଲିସ । ପ୍ରିଜାଇଡିଂ ଅଫିସରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବୁଥ୍‌ ନିକଟରେ ଉତ୍ତେଜନା ଲାଗିରହିଛି ।

ଅନ୍ୟୁପଟେ ସରପଞ୍ଚ ଓ ତାଙ୍କ ସମର୍ଥକ ପୁଣିଥରେ ମତଦାନ ଲାଗି ଦାବି କରିଛନ୍ତି । ଘଟଣାସ୍ଥଳରେ କଟକ ଡିସିପି ଓ ଏସିପି ଉପସ୍ଥିତ ଅଛନ୍ତି । ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ । ଵାରଙ୍ଗ କୁରାଙ୍ଗ ପ୍ରଧାନ ପଞ୍ଚାୟତରେ ଭୋଟ ପରେ ପ୍ରିଜାଇଡିଂ ଅଫିସର ଭୋଟ ଵାକ୍ସ ନେଇ ପଳାଇଥିବା ଅଭିଯୋଗ ହୋଇଥିଲା । ଭୋଟ ପରେ ନିଜ ଵାଇକ୍‌ରେ ଭୋଟ ଵାକ୍ସ ନେଇଯାଇଥିଲେ ଅଫିସର । କୁରୁଣ୍ଟି ଅଞ୍ଚଳର ୧୧ନମ୍ବର ଵୁଥରେ ଏପରି ଘଟଣା ଘଟିଥିଲା ।