Odia News Portal

ଶୁଭେଚ୍ଛା ନାଁ ରେ ଛାଇ ଗଲାଣି ଆଶାୟୀ ପ୍ରାର୍ଥୀଙ୍କ ବ୍ୟାନର

ମାଲକାନଗିରି: ଇଂରାଜି କ୍ୟାଲେଣ୍ଡର ନବବର୍ଷ ୨୦୨୨ ଆଣିଦେଇଛି ରାଜନେତାଙ୍କ ପାଇଁ ନିଆରା ବର୍ଷ । । ଆଗକୁ ଅସୁଛି ପଞ୍ଚାୟତ ନିର୍ବାଚନ । କେତେକ ଅଚିହ୍ନା ମୁହଁ ସହ ପ୍ରମୁଖ ରାଜନୈତିକ ଦଳର ଥିବା ନେତାଙ୍କ ଚେହେରା ଶୁଭେଚ୍ଛା ବ୍ୟାନର ରେ ରାସ୍ତାଘାଟ କାନ୍ଥବାଡ଼ରେ ଛାଇ ଗଲାଣି। ଏମଭି ୭୯ ଛକରେ ଓ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ତାନ ମାନ ଙ୍କରେ ଏପରି ବ୍ୟାନର ଲାଗିଲାଣି । ସମସ୍ତେ ଏମଭି ୭୯ ଓ ଜିଲ୍ଲା ବାସୀ ଙ୍କୁ ନବବର୍ଷର ବାର୍ତ୍ତା ଦେଉଛନ୍ତି। ବିଗତ ନବବର୍ଷଗୁଡ଼ିକରେ ଏପରି ବ୍ୟାନର ଦେଖିବାକୁ ମିଳୁ ନ ଥିବାବେଳେ ଚଳିତ ନବବର୍ଷରେ ମାଳମାଳ ଲାଗିଛି। ଏହାଦେଖି ଲୋକେ ଆଶ୍ଚର୍ୟ୍ୟ ହେଉଥିଲେ ବି ନିର୍ବାଚନୀ ବର୍ଷର ବାସ୍ନା ବାରିନେଲେଣି । ଏପରି ଅବ୍ୟବସ୍ଥିତ ବ୍ୟାନର ମରା ପ୍ରତିଯୋଗିତା ବଜାର ସୌନ୍ଦର୍ୟ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଶସ୍ତା ପ୍ରଚାରପ୍ରସାର ବଦଳରେ ଯଦି ନେତାମାନେ ଲୋକଙ୍କ ପାଇଁ କାମ କରନ୍ତେ, ତେବେ ଏସବୁର ଏତେ ଆବଶ୍ୟକତା ପଡ଼ନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।