Odia News Portal

ଫେବୃୟାରୀ ୧୫ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ

କଟକ: ଦୀର୍ଘ ୨ ବର୍ଷ ପରେ ବାରବାଟୀକୁ ମିଳିଛି ଆନ୍ତର୍ଜାତୀୟ ମ୍ୟାଚ । ବାରବାଟୀକୁ ପୁଣି ଫେରିବ ଆନ୍ତର୍ଜାତିକ କ୍ରିକେଟ । ଆସନ୍ତାବର୍ଷ ଫେବ୍ରୁଆରୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଏକ ଟି-୨୦ ମ୍ୟାଚ୍ । ଇଣ୍ଡିଜ ଟିମ୍ ଭାରତ ଗସ୍ତ କରି ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବ୍ରୁଆରୀ ୧୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏ ନେଇ ଓଡିଶା କ୍ରିକେଟ ଆସୋସିଏସନ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ୨୦୧୯ ମସିହା ଡିସେମ୍ବର ୨୨ରେ ବାରବାଟୀରେ ଶେଷଥର ପାଇଁ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଥିଲା । ୱେଷ୍ଟଇଣ୍ଡିଜକୁ ଏକ ଦିନିକିଆ ମ୍ୟାଚରେ ଭାରତ ହରାଇଥିଲା । ବାରବାଟୀରେ ଏ ଯାବତ୍ ଦୁଇଟି ଟି-୨୦ ଆନ୍ତର୍ଜାତିକୀ ଖେଳାଯାଇଛି ।